Couplets
Some of my random and spontaneous couplets
-
ମାଟିର ଏ ଘଟ ଭାଙ୍ଗିଜିବ ସିନା, ସଂସାର ବହନ କରି, ଜନମତ ଦେଲ କର୍ମକି ନଦେଲ, ପଦ ସେବିବାକୁ ହରି।
-
ଦୁଃଖ କଷଟିରେ କଷାଇଣ ତୋତେ, ଦେଉ ସେ ନାହାନ୍ତି ଦୁଃଖ, ବିନା କଷଟିରେ ନକଷି ହୋଇଣ, ହୁଏନା ଜ୍ଞାନ ପରିଷ୍କୃତ।
-
ନିନ୍ଦା ଅପମାନ ସବୁ ସେ ସହିବ, ଗର୍ବଟି ସହିବ ନାହିଁ, କେତେ ଦମ୍ଭୀ ଦର୍ପୀ ଉଡାଇ ଦେଇଛି, ଗର୍ବଗଞ୍ଜନଟି ସେହି।
-
ସୁଖ ଖୋଜି ଖୋଜି ଦୁଃଖଟି ପାଇବୁ, ଜଗତ ନିୟମ ଏହି, ସୁଖ ବୋଲି ଯାହା ଜଗତେ ତୁ ଭାବୁ, ଦୁଃଖ ଗୋଟା ଅଟେ ସେହି।
-
ଭକତର କଥା ତୁମେ ନ ବୁଝିଲେ, ବୁଝିବ ଆଉ ବା କିଏ, ଭକତର ଭାର ତୁମ୍ଭେ ବହି ଅଛ, ଭକ୍ତବନ୍ଧୁ ଆଉ କିଏ?
-
ନୁହେଁ ଟି ମାୟାର ମନୁଷ୍ୟ ମୁହିଁରେ, ତୋ ନାମେ ମୁଁ ବଳୀୟାନ, ତୋ ନାମ ବଳରେ ବାଜୀ ଲଗାଇ ଦେଇଛି, ମାୟା କି କରିବ ମୋର।
-
ଭାବନା ଟିକିଏ ଅଛିତ ମୋହର, ଆଉତ ଅଭାବ ସବୁ, ଭାବ ଛଡା କିଛି ନଦେଇ ପାରଇ, ଭାବଗ୍ରାହୀ ଦୀନବନ୍ଧୁ।
-
ଦୁଃଖ ଅସରନ୍ତି ମନେ ଖେଳୁଥାନ୍ତି ମନକୁ କରି ଅସ୍ଥିର, ନାମ ଏକା ତୋର ମୋ ସାହା ଭରଷା, ଧରିବାକୁ କଳେବର।
-
ଜୀବନର ସବୁ ଦୁଃଖ ଚାଲିଜିବ, ଦେଇଦେଲେ ତୁ ଏକ ଠାର, ସେ ଠାର ଦେବାକୁ ମନ ତୋ ବଳୁନି, ହୃଦୟ ଜଳଇ ମୋର। जिवन के सारे गम चलाजाये, तेरे देनेसे एक इशारा, व इशारा देना तु नहीं चाहता, दिल जल रहा हे मेरा. Sorrows of this life will go away, If just You give me one hint, That hint You do not want to give, and my heart keeps on burning.
-
ମାଟିର ଏ ଘଟ ଦେଈ ଦେଲି ତୋତେ, ତୋର ଲୀଳା ଖେଳା ପାଇଁ, ତଥାପି ତୋହର ଆଜ୍ଞା ନ ହୋଇଲା, ଦିବସ ଗଣଇ ମୁହିଁ। This body I gave you, for your purpose and play, Still your order was not received, In wait I am counting the days.