Couplets
Some of my random and spontaneous couplets
-
ସୁଖରେବି ତୁମେ ଦୁଃଖରେବି ତୁମେ, ହସରେବି ତୁମେ ଅଶ୍ରୁରେବି ତୁମେ, କୃଷ୍ଣ ମୁରାରୀ ହେ ବାଙ୍କେବିହାରି, ହୃଦୟର ସ୍ପନ୍ଦନ ତୁମେ, ହୃଦୟର କ୍ରନ୍ଦନବି ତୁମେ।
-
ଦୁଖଃର କି ସୀମା ଅଛି ଏ ଜଗତେ, ଗୋଟେ ଠାରୁ ଗୋଟେ ବଡ, ମନକୁ ତା ପାଦେ ରଖିଲେ ତୁ ଦୃଢ, ଦୁଖଃକି କରିବ ଛାର।
-
ଯେଯାଏଁ କାମନା ସେଯାଏଁ ଭାବନା ବନ୍ଧନରୁ ମୁକ୍ତି ନାହିଁ, କାମନା ହଜିଲେ ଭାବନା ତୁଟିବ ଭବ ବା ରହିବ କାହିଁ।
-
ପ୍ରକୃତିର ବିକୃତିରେ ଯାର ମନ ସ୍ଥିତି ସେ କାହୁଁ ଜାଣିବ ଆତ୍ମାନନ୍ଦ ଅନୁଭୂତି।
-
କାଲିର ଚିନ୍ତାରେ ଆଜିକୁ ହରାଇ, କି ଲାଭ ପାଇବୁ ତୁହି, ସମୟର ଗତି ଦୁର୍ଲଭତ ଅତି, ଫେରି ତୁ ପାଇବୁ ନାହିଁ।
-
କାଷ୍ଠ ପାଷାଣେରେ ନାହାନ୍ତି ଖାଲିଯେ, ପ୍ରଭୁ ହୃଦ ମଧ୍ୟେ ବିଜେ, ନିଜକୁ ନିଜେ ନଚିହ୍ନିଣ ଜୀବ, ପ୍ରଭୁଙ୍କୁ ବାହାରେ ଖୋଜେ।
-
Not out of compulsion or impulsion, Neither through desire or dejection, He who is enlightened works only, after thorough reason and reflection.
-
One day this body will be gone, What will remain are only my thoughts, Those thoughts I give you, you are my friend, For you and I are one, in you I remain.
-
ଭୁଲଠିକର ହିସାବ କାରପାଖେ ନାହିଁ, ଏକା ଅଛି ତାର ପାଖେ, ବିବେକ ବୋଲରେ କର୍ମ କରିଚାଲ, ମନ ରଖି ତାର ପଦେ।
-
ଜ୍ଞାନୀ ଚାହିଁଥାଏ ମୂକତି କୈବଲ୍ୟ, ଭକ୍ତ ଚାହିଁଥାଏ ସେବା, ଜ୍ଞାନ ଧ୍ୟାନ ଯୋଗ କିଛି ଲୋଡାନାହିଁ, ଦିଅ ମୋତେ ପ୍ରେମ ଭିକ୍ଷା।