Skip to content

ମୋର ପଞ୍ଚମନ

Published:Jan 30, 2021

ପ୍ରଭୁ କରୁଣାରେ ପ୍ରକୃତି ବଳରେ ଜାତ ହେଲା ପଞ୍ଚ ମନ,
ପଞ୍ଚ ମନ ମୋର ପଞ୍ଚ ପ୍ରବୃତ୍ତିରେ ଲାଗିଛନ୍ତି ରାତିଦିନ।
ଏକ ମନ ମୋର ଶ୍ରୀକ୍ଷେତ୍ରେ ବିହରେ ଭାବୁ ଥାଏ ଚକାଆଖି,
ଆଉ ଏକ ମନ ଶ୍ରୀହରି ଚରଣେ ଖଟୁଥାଏ ଦିବାନିଶି।
ମାୟାଜାଲେ ବନ୍ଧା ଆଉ ଏକ ମନ ଭୋଗୁ ଥାଏ ସୁଖ ଦୁଃଖ,
କୁଟୁମ୍ବ ପୋଷଣ ସଂସାର କଷଣ ପ୍ରାରବ୍ଧ ଭୁଞ୍ଜଇ ସେତ।
ଆଉ ଏକ ମନ ଆନଦ ଭାବରେ ରଚୁ ଥାଏ ଗୀତ ଛନ୍ଦ,
ହରିଗୁରୁ କଥା ଚିନ୍ତନ କରିଣ ଭାବେ ରହେ ଆନନ୍ଦିତ।
ଶେଷ ମନ ଗୋଟା ଜଗତ ଚିନ୍ତାରେ ରୁହଇ ସଦା ବ୍ଯାକୁଳ,
ମନକୁ ହଜାଇ ଦିନ ‘ଶୂନ୍ୟାନନ୍ଦ’ ଭକତ ସେବାରେ ଭୋଳ।