ମନର ମୋ ଦୁଃଖ ମୋ ମନରେ ରହୁ,
ସୁଖ ଗୋଟା ଏକା ତୋହର ଯେ ହେଉ,
ତୋହର ସୁଖରେ ମୋର ଅଟେ ସୁଖ,
ତୋର ପାଇଁ ସିନା ମୋର ଏହି ଭାବ।
ତୋର ପାଇଁ ସିନା ମୋର ଏ ଜନମ,
ତୋର ସେବା ସିନା ମୋର ଅଟେ ଧର୍ମ,
ତଥାପି ମୋହର ମନ ହୁଏ ବାଇ,
ସଂସାର ସୁଅରେ ଯାଉଅଛି ବହି।
ମନରେ ଉତ୍ସାହ ଆଉମୋର ନାହିଁ,
ସଂସାର ଜ୍ଵାଳାରେ ହେଲାଣି ତ ଦହୀ,
ଦୁଃଖ ଭାରରେ ସେ ଭାଙ୍ଗି ଯାଇଅଛି,
ଦିନୁଦିନ ସିନା ଖାଲି ଘାଣ୍ଟି ହେଉଅଛି।
ଆଉ କେଉଁ ମନରେ ତୋତେ ମୁଁ ଧରିବି,
ମନ ଯେବେ ମୋର ମରି ଯାଇଅଛି,
ଭାବନା ଟିକିଏ ତଥାପି ଯେ ଅଛି,
ତୋର ବଳ ବଳେ ମୁଁହି ଦିନ ବଞ୍ଚୁଅଛି।
ତୋହର ବଳରେ ଦିନ ଗଣୁଅଛି,
ଦିବସ ରଜନୀ ତୋ ନାମ ଭଜୁଛି,
ସବୁଥାଇ କିଛି ନାହିଁଯେ ମୋହର,
‘ଶୂନ୍ୟାନନ୍ଦ’ ଏକା ବଞ୍ଚିଅଛି ଛାର।