ହୃଦୟ ବେଦନା କାଆଗେ କହିବି,
ଯାହା କଷ୍ଟ ହୁଏ ମୋର,
ଶରୀର ଧରିକି ଏ ଭବେ ରହିଲି,
ତୋଠାରୁ ହୋଇଲି ଦୂର।
ମାୟା ଗ୍ରାସ ସତେ କରିଲାକି ମୋତେ,
ନ ଚିହ୍ନିଲି ତୋର ଜନ,
କେଉଁ ପାପ ବଳେ ଅଭାଗା ହୋଇଲି,
ମୋତେ ତୁ କରିଲୁ ପର।
ଭାବ ତ ଅଭାବ ନଥିଲା ମୋହର,
ଖୋଜି ବୁଲୁଥିଲି ତୋତେ,
ଏଠୁ ସେଠୁ କରି ଭ୍ରମାଇଣ ମୋତେ,
ଗୁପତେ ରହିଲୁ ସତେ।
ଅଶ୍ରୁ ସିନା ଦେଲୁ ପର ମୋତେ କଲୁ,
ନଦେଲୁ ସୁଖ ତୁ ହୃଦେ,
ତୋର ପଦ ସେବା କରିଥିଲି ବାଞ୍ଛା,
ଅନାଥ କଲୁ ତୁ ମୋତେ।
ଭାବ ଜୁଆରରେ ଘର ଭାସିଲାଣି,
ତାରିବାକୁ କେହି ନାହିଁ,
ଏକା ଜଗନ୍ନାଥ ‘ଶୂନ୍ୟାନନ୍ଦ’ ଆଶା,
ପତିତ ଉଦ୍ଧାର ପାଇଁ।