ଭକତକୁ ତୋର ଦୁଃଖ ଦେବାପାଇଁ
ସଦା ରହୁ ତତପର,
ଦୁଃଖଛଡା କିଛି ନଦେଇତୁ ପାରୁ,
ଭକ୍ତ ତୋର ଖେଳ ଘର।
ଭାଙ୍ଗିବା ପାଇଁକି ତୋତେହିଁ ମିଳିଛି,
ଏକ ଯେ ଭକତ ମନ,
ଅଭକ୍ତକୁ ତୁହି ସୁଖେ ରଖିଥାଉ,
ଦୁଃଖେ ରଖୁ ନିଜ ଜନ।
ତୋହଠାରେ ଜିଏ ଭାବ ଲଗାଇଲା
ପାଇଲା ସେ ଖାଲି ଦୁଃଖ,
ଗୋପିଜନଙ୍କୁ ଯେବେ ତୁହି ନଛାଡିଲୁ,
ଆଉକା ରହିବ ଟେକ।
ଥରଥର କରି ଭାଙ୍ଗି ଦେଉ ତୁହି,
ଭକତ ମନକୁ ସତ,
ମିଛେ ବୋଧେ କେହି ନାମ ତୋର ଦେଲା,
ଦୀନବନ୍ଧୁ ଦିନାନାଥ।
ବିପରିତ ରୀତି ତୋର ଏ ପ୍ରକୃତି,
ଦିଅଇ ବହୁତ କଷ୍ଟ,
ଅଭଗା ଜାଣିଣ ଖେଳ ତ ଖେଳୁଛୁ,
‘ଶୂନ୍ୟାନନ୍ଦ’ ମନ ରୁଷ୍ଟ।