ସଂସାର ଅଘାତ ମନେ ଦିଏ କଷ୍ଟ ,
ମହତ୍ୱ ଅଧିକ ତାର,
ବିନା ଅଘାତରେ ମନ ଛାଡେ ନାହି,
ସଂସାରେ ରୁହଇ ଦ୍ରୁଢ।
ସଂସାରରେ ମନ ରହିଥିଲେ ଦ୍ରୁଢ,
ନ ଚିଂତଇ ହରି ପଦ,
ଦୁଃଖ ସିନା ଏକା ପ୍ରଭୁ ଅନୁକମ୍ପା
ସଂସାରୁ ଛଡାଏ ମନ।
ସଂସାରରୁ ସୁଖ ଲୋଡୁଥାଏ ମନ,
ନ ଲୋଡଇ ଭଗବାନ,
ଅନୁଗ୍ରହ କରି ନିଜ ଜନ ଠାରେ,
ଦିଅନ୍ତି ଦୁଃଖ ଠାକୁର।
ସଂସାରଟି ସିନା ସୁଖେ ମନେ ପଡେ,
ଦୁଃଖେ ମନେ ପଡେ ତାର,
ସେଥିପାଂଇ କୁନ୍ତି ମାଗିଥିଲେ ସିନା,
ଦୁଃଖ ମୋତେ ଦିଅ ବର।
ସଂସାରରେ ବୁଝି ଦୁଃଖର ମହିମା,
ଦୁଃଖରେ ଦୁଃଖ ନକର,
ହରି ‘ଶୂନ୍ୟାନନ୍ଦ’ ମୋର ପ୍ରିୟ ପ୍ରଜ୍ଞା,
ଆନନ୍ଦ ମନରେ ଧର।