ଭକତ ଅନେକ ଅଛନ୍ତି ଯେ ତୋର,
ମୁହିଁ ଗୋଟେ ଦୀନହିନ,
ମୋତେ ତୁହିଁ କାହିଁ ପଚାରିବୁ ଯେବେ,
ଅନେକ ଭକତ ତୋର।
ତୋତେ ସିନା ମୁହିଁ ଝୁରି ହେଉଥିବି,
କାନ୍ଦୁଥିବି ଡିବା ନିଶି,
ମୋତେ ଜାଣି ତୁହିଁ ଦୀନହିନ ବୋଲି,
ଦେବୁ ତୁହି କାହିଁ ଦ୍ରୁଷ୍ଟି।
ପାପୀ ଯେ ପାମର ଅଟେ ମୁହିଁ ଛାର,
ତୋର ଭକ୍ତେ ଗଣା ନାହିଁ,
ମୋତେ ଦିନେ ତୁହି ଭକ୍ତରେ ଗଣିବୁ,
ସେହି ଭାଗ୍ୟ ମୋର କାହିଁ।
ତୁହି ଏକା ମୋର ଜାଣି ଯେ ନିଜର,
ତୋଠାରେ ରଖିଲି ଆଶ,
ମୋତେ ଯେବେ ତୁହିଁ ନିଜର ନକଲୁ,
କାହିଁ ଗଲା ତୋର ଯଶ।
ଦୀନ ‘ଶୂନ୍ୟାନନ୍ଦ’ ମଣଇ ଯେ ସତ୍ୟ,
ଦୀନବନ୍ଧୁ ଏକା ତୁହି,
ଯୋଗ୍ୟତା ମୋହର ନାହିଁ ସିନା ସତ,
ତୋର କି କରୁଣା ନାହିଁ।