ତୋହ ଠାରେ ଭାବ ଲଗାଇଥିଲିତ,
କାରଣ ମୁଁ ଜାଣେ ନାହିଁ,
ସଂସାରରେ ପଡି ସଂସାରି ହୋଇଲି,
ସଂସାର ଭାବନା ନାହିଁ।
କର୍ମ ଧର୍ମ ଧ୍ୟାନ କିଛି ନହୁଅଇ,
ମନ ତ ବଳଇ ନାହିଁ,
ସଂସାର ସୁଅରେ ଭାସୁଅଛି ମନ,
ତାରିବାକୁ କେହି ନାହିଁ।
ସଂସାରକୁ ଚାହିଁ ରହିଲି ଅନାଇ,
ଆଶା ତ ପୁରିଲା ନାହିଁ,
ତୋପାଦେ ଭରଷା କରିଥିଲି ସିନା,
ପ୍ରେମତ ମିଳିଲା ନାହିଁ।
ବେଳ ଗଡିଗଲା ସମୟ ସରିଲା,
ଦୁଃଖତ ସରିଲା ନାହିଁ,
ଜୀବନରେ ମୁହିଁ ଦୁଃଖତ ପାଇଲି,
ତୋତେ ତ ପାଇଲି ନାହିଁ।
ମନ ସଦା ମୋର ତୋ ପାଦରେ ଥିଲା,
ବିଶ୍ଵାସ କଲୁତ ନାହିଁ,
ପରବୋଲି ଭାବି ପରଖି ତୁ ଦେଲୁ,
ଦୁଃଖେ ‘ଶୂନ୍ୟାନନ୍ଦ’ କହି।