ମନଗୋଟା ମୋର ହରି ପାଦେ ଗଲା,
ନଚାହଁଇ ଆଉ କିଛି,
ଦୀନଦୁର୍ଦଶାରେ ଦିନ ଗଣୁଅଛି,
ଡାକି ଡାକି ଚକାଆଖି।
ମନ ମୋର ବ୍ୟସ୍ତ ହୋଇ ଯେ ରହିଲା,
ପ୍ରଭୁ ମିଳିନକୁ ଭାବି,
ଚାହିଁ ଚାହିଁ ସିନା ଦିନ ସରିଗଲା,
ନାଆସିଲେ ବାଙ୍କନିଧୀ।
ଦିବସ ମୋହର ରାତ୍ରି ପାଲଟିଲା,
ନରହିଲା ଦିନରାତି,
ଖୋଜିବୁଲୁଥିଲି ଅହନିଶି ସିନା,
ନପାଇଣ ପ୍ରେମମୁର୍ତ୍ତି।
ଦୁଃଖ ଅଶେଷ ତ ମୋହର ହୋଇଲା,
କୋହେ ଭରିଗଲା ଛାତି,
ପ୍ରାଣ ଆସିସିନା କଣ୍ଠରେ ରହିଲା,
ଝୁରି ଝୁରି ରମାପତି।
ଭାଳେଣି ପଡିଲା ମନ ଦୋହଲିଲା,
ରହିଯିବ ଖେଳ ବାକି,
‘ଶୂନ୍ୟାନନ୍ଦ’ ଆଶା ପ୍ରଭୁ ମିଳନକୁ,
କୃପାକର କୃପାନିଧି।