ସବୁ ମୁ ଧରିବି କିଛି ନ ରଖିବି
ରହିବି ଶୁନ୍ୟ ମୁ ହୋଇ,
ଶୁନ୍ୟ ଏ ଜଗତ ଜାଣିଗଲା ପରେ
ଆଉ କି ଭ୍ରମ ଲାଗଇ ॥
ଦେଖ ଏ ଜଗତ ଶୁନ୍ୟରୁ ଟି ଜାତ
ଶୁନ୍ୟ ରେ ଅଛିଟି ରହି,
ଶୁନ୍ୟରୁ ଉତ୍ପନ୍ନ ଶୁନ୍ୟରେ ବିଲୀନ
ଶୁନ୍ୟଟି ସାର ଅଟଇ ॥
ସବୁଥିରେ ପୁର୍ଣ୍ଣ ସବୁଠାରୁ ଭିନ୍ନ
ଏପରି ତତ୍ତ୍ୱ ଯେ ଏହି,
ଅଛି ପୁଣି ନାହିଁ ଉଭୟ ବୋଲିଟି
ଶୁନ୍ୟ ଏ ତତ୍ତ୍ୱ ବୋଲାଇ ॥
ଶୁନ୍ୟର ମହିମା କାହାକୁ ବା ଜଣା
ବ୍ରହ୍ମ ଅଟେ ସିନା ସେହି,
ଜାଣିବା ଜନର ଜନମ ଜୀବନ
ଜଗତେ ସାର୍ଥକ ହୋଇ॥
ଶୁନ୍ୟ ଏକ ତତ୍ତ୍ୱ ଅଟେ ସିନା ସତ୍ୟ
ଅର୍ଦ୍ଧ ମିଥ୍ୟା ସବୁ ବାକି ,
ଦୀନ ‘ଶୂନ୍ୟାନନ୍ଦ’ ବିଚାରି ଦେଖିଲା,
ହରି ପାଦେ ଚିତ୍ତ ରଖି ॥