ଭାବିବା ପାଇଁକି ଭାବନା ଅନେକ,
ରହି ଅଛି ଏହି ଭବେ,
ବୃଥା କଥାକୁ ତୁ ଭାବିଣ କାହିଁକି,
ବସିଅଛୁ ମନ ଦୁଃଖେ।
ଜ୍ଞାନ ଧ୍ୟାନ ଛଡା ଅନ୍ୟଯେ ଭାବନା,
ଅଟଇ ନଶ୍ଵର ବୃଥା,
ମନରେ ତୁ ଭାବି ନଶ୍ଵର ସଂସାର,
ମିଛେ କରୁ ମନ ବ୍ୟଥା।
ଅନ୍ୟର କଥାରେ ପର ବ୍ୟବହାରେ,
ନାହିଁ ତୋର ଅଧିକାର,
ସଭିଏଁ ସ୍ଵତନ୍ତ୍ର ନିଜ ଆଚରଣେ,
ଅନ୍ୟ କଥା ତୁ ନ ଧର।
ମନରେ ଅନ୍ୟର ଭାବନା ତର୍ଜନା,
ମନ କରେ କଳୁଷିତ,
ଭାବି ଭାବି ସିନା କ୍ରୋଧ କରୁଥିବୁ,
ବଢୁଥିବ ଅସନ୍ତୋଷ।
ବିବେକୀ ହୋଇଣ ବିଚାର ତୁ କର,
ଚିହ୍ନ ତୁ ଯଥା ଅଯଥା,
ଅଯଥା ଚିନ୍ତନ କରି ‘ଶୂନ୍ୟାନନ୍ଦ’
ନକର ଜୀବନ ବୃଥା।