Skip to content

ଭାବନା ବୁଝିବୁ ମୋର

Published:Jan 30, 2021

ଚାଲିଜିବି ଦିନେ ଛାଡି ମୁହିଁ ତୋତେ,
କରି ଦେବି ତୋତେ ପର,
ଖୋଜୁଥିବୁ ସିନା ପାଇବୁନି ମୋତେ,
ହୃଦୟ ଜଳିବ ତୋର।

ସଙ୍ଗେ ଥିଲାବେଳେ ମୋତେ ନ ଲୋଡିଲୁ,
ଲୋଡିଲୁ ମାୟା ସଂସାର,
ଆଜି ନାହିଁ କାଲି ଖେଳ ଖେଳୁଥିଲୁ,
ସରିଜିବ ବେଳ ତୋର।

କିଛି ନପାଇବୁ ରହିଯିବୁ ଏକା,
ଦୁଃଖ ସିନା ହେବ ସାର,
ମୋତେ ଯେବେ ତୁହି ବୁଝିନପାରିଲୁ,
କିଏ ହେବ ସାହା ତୋର।

ମୁହିଁ ସିନା ତୋର ଏକହିଁ ଭରଷା,
ମୁହିଁ ସାଥି ସହୋଦର,
ମୋତେ ଯେବେ ତୁହି ନିଜର ନକଲୁ,
କେହେବ ନିଜର ତୋର।

ମନର ମୋ ବାଞ୍ଛା ତୋର ସୁଖ ଇଛା,
ଭାବନା ବୁଝିବୁ ମୋର,
ନୋହିଲେ ହୋଇବ ‘ଶୂନ୍ୟାନନ୍ଦ’ ସିନା,
ବିରହ କେବଳ ତୋର।