ସକଳ ଦୃଶ୍ୟମାନ ଯେବେ,
ଦ୍ଵନ୍ଦ ନଉପଜାନ୍ତି ତୋର ହୃଦେ,
ତେବେ ହୋଇଲ ବୋଲି ଜାଣ,
ର୍ନିଦ୍ଵନ୍ଦେ ମନ ଅବସ୍ଥାନ।
ର୍ନିଦ୍ଵନ୍ଦ ଭାବ ଅତି ବଡ,
ଦିଅଇ ଅଖଣ୍ଡ ଆନନ୍ଦ,
ସେହି ଆନନ୍ଦ ଏକ ରସ,
ନାହିଁ ତହିଁରେ ଅବସାଦ।
ସେହି ଆନନ୍ଦ ଯେବେ ହୋଇ,
ପର ଆପଣା ରହେ ନାହିଁ,
ସବୁ ହୁଅଇ ଏକ ରୂପ,
ଆତ୍ମେ ଜଗତ ହୁଏ ଲୟ।
ମନ ହୁଅଇ ତେବେ ସ୍ଥିର,
ଦୁଃଖ ଶୋକର ପରିହାର,
ନରହେ ଭୟ ଅବା ଭ୍ରାନ୍ତି,
ହୃଦେ ଜଳଇ ଜ୍ଞାନ ଜ୍ଯୋତି।
ସେହି ଜ୍ଞାନକୁ ଚିତ୍ତେ ଧର,
ଜୀବ ଭାବକୁ ଦୂର କର,
ତେବେ ହୋଇବ ବ୍ରହ୍ମ ଭାବ,
କହଇ ‘ଶୂନ୍ୟାନନ୍ଦ’ ଦାସ।